Breaking PLUSଓଡ଼ିଶାମୁଖ୍ୟ ଖବର
ଭୁବନେଶ୍ୱର ଆଜାଦନଗର ବିସ୍ଫୋରଣ; ଏୟାରଫିଲ୍ଡ ଥାନାରେ NIA ଟିମ୍

ଭୁବନେଶ୍ୱର, 9 ଏପ୍ରିଲ- ଭୁବନେଶ୍ୱର ଆଜାଦନଗର ବିସ୍ଫୋରଣ ଘଟଣା । ଏୟାରଫିଲ୍ଡ ଥାନାରେ NIA ଟିମ୍ ପହଂଚିଛି । ବିସ୍ଫୋରଣ ଘଟଣା, ଅପରାଧିକ ଓ ଆତଙ୍କୀ ଲିଙ୍କ୍କୁ ନେଇ ତନାଘନା ଆରମ୍ଭ କରିଛି ଟିମ ।
ଜାନୁଆରୀ ୨୭ରେ ସୁନ୍ଦରପଦା ଆଜାଦନଗରରେ ହୋଇଥିଲା ବିସ୍ଫୋରଣ ।ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓ ତା’ମାଆଙ୍କର ହୋଇଥିଲା ମୃତ୍ୟୁ ।ମାମଲା ରୁଜୁ କରି ପୂର୍ଣ୍ଣ ତଦନ୍ତ ଭାର ନେଇଛି NIA ଟିମ୍ । ଆନ୍ତଃରାଜ୍ୟ ଲିଙ୍କ୍, ପୂର୍ବ ଅପରାଧିକ ମାମଲା ସମ୍ପର୍କରେ ହେବ ଖୋଳତାଡ଼ । ଏତେ ପରିମାଣ RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ହେବ ଛାନଭିନ୍ ।
ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ନିୟୁ ଆଜାଦନଗରରେ ବୋମା ବିସ୍ଫୋରଣ ଘଟଣାରେ ୪ ଜଣ ଆହତ ହୋଇଥିଲେ। ବୋମା ଭିଡ଼ୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜଙ୍କ ସମେତ ତାଙ୍କ ବାନ୍ଧବୀ, ମାଆ ଓ ବନ୍ଧୁ ଅମୀୟ ମଲ୍ଲିକ ଆହତ ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା।



