Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

କେରଳରେ ନିପା ଭୟ, ହଜାରେ ସଂକ୍ରମିତ ଚିହ୍ନଟ ପରେ ସପ୍ତାହେ ବନ୍ଦ ସ୍କୁଲ

କେରଳ କୋଝିକୋଡ଼େ ଜିଲ୍ଲାରେ ନିପା ଭାଇରସ୍ ଆତଙ୍କ । ଜିଲ୍ଲାରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଯାହାକୁ ନେଇ ଉଭୟେ ଲୋକେ ଏବଂ ସରକାରଙ୍କ ଚିନ୍ତା ବଢିଛି । ନିପାରେ 2ଜଣଙ୍କ ମୃତ୍ୟୁ ପରେ ଏବେ ବଢିଛି ଭୟ ।

ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଲାଗୁ କରିଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ବର ୨୪ ଯାଏ ସବୁ ସ୍କୁଲ୍‌, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ । ଅନ୍‌ଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାିଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ହଜାରରୁ ଅଧିକ ଆସିଥିବାରୁ ଜିଲ୍ଲା ପ୍ରଶାସନର ପଦକ୍ଷେପ ନିଆଯାଇଛି ।

Show More

Related Articles

Back to top button