Breaking PLUSଓଡ଼ିଶାଖେଳମୁଖ୍ୟ ଖବରସ୍ୱାସ୍ଥ୍ୟ

ଶାରୀରିକ ଅସୁସ୍ଥତା ଯୋଗୁଁ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିବେନି ନୀରଜ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ଓରଗନ୍‌ ଚାଲିଥିବା ବିଶ୍ୱ ଦୌଡ଼କୁଦ ଚାମ୍ପିୟନସିପରେ ଆୟୋଜିତ ପୁରୁଷ ଜାଭଲିନ୍ ଥ୍ରୋ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣି ଭାରତୀୟ ଖେଳାଳି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଥିଲେ। ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି। ତାଙ୍କର ଶାରୀରିକ ଅସୁସ୍ଥତା ହେତୁ ସେ ଆଗାମୀ ୨୮ ତାରିଖରେ ହେବାକୁ ଥିବା ୨୦୨୨ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିପାରିବେ ନାହିଁ ବୋଲି ସୂଚନାମିଳିଛି। ଭାରତୀୟ ଅଲମ୍ପିକ୍‌ ଆସୋସିଏସନ୍‌ର ସାଧାରଣ ସଂପାଦକ ରାଜୀବ ମେହେତା ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ନୀରଜ ସମ୍ପୂର୍ଣ୍ଣ ସୁସ୍ଥ ନ ଥିବାରୁ ସେ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିବ‌େ ନାହିଁ। ତାଙ୍କୁ ୨୦ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ବିଶ୍ୱ ଆଥଲେଟିକ୍ ଚାମ୍ପିୟନସିପରେ ଆହତ ହୋଇଥିଲେ। ସୂଚନାଯୋଗ୍ୟ, ‘ୱାଲ୍‌ର୍ଡ ଆଥଲେଟିକସ ଚାମ୍ପିୟନସିପ’ ପଦକ ଜିଣିବାରେ ନୀରଜ ହେଉଛନ୍ତି ଦ୍ୱିତୀୟ ଖେଳାଳି।

Show More

Related Articles

Back to top button