ଦେଶ

ପତ୍ନୀଙ୍କ ଶ୍ରାଦ୍ଧବାର୍ଷିକୀରେ ନାଳନ୍ଦାରେ ଭାବବିହ୍ୱଳ ହେଲେ ନୀତିଶ କୁମାର

ପାଟନା: ପତ୍ନୀ ମଞ୍ଜୁ ସିନ୍ହାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଅ ନିଶାନ୍ତ କୁମାରଙ୍କ ସହ ନାଳନ୍ଦା ଜିଲ୍ଲାର ନିଜ ଗାଁ କଲ୍ୟାଣ ବିଘାକୁ ଯାଇ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଗାଁରେ ପହଞ୍ଚିବା ପରେ ସେ ପ୍ରଥମେ ସ୍ଥାନୀୟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ସ୍ମୃତି ବାଟିକାରେ ପତ୍ନୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳା ଅର୍ପଣ କରିବା ସମୟରେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ।
ଏହାପରେ ନୀତିଶ କୁମାର ନିଜ ପୈତୃକ ଘରକୁ ଯାଇ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକମାନେ ବିଭିନ୍ନ ସମସ୍ୟା ତାଙ୍କ ସମ୍ମୁଖରେ ଉଠାଇଥିବାବେଳେ ସେ ଜିଲ୍ଲାପାଳଙ୍କ ମାଧ୍ୟମରେ ସମାଧାନର ଆଶ୍ୱାସନ ଦେଇଥିଲେ।
ଏହି ଅବସରରେ ଗ୍ରାମୀଣ ଉନ୍ନୟନ ଓ ସୂଚନା-ଜନସମ୍ପର୍କ ମନ୍ତ୍ରୀ ଶ୍ରବଣ କୁମାର ଓ ସାଂସଦ କୌଶଲେନ୍ଦ୍ର କୁମାରଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ।
ଗାଁ ପୋଖରୀରେ ନୀତିଶ କୁମାର ଓ ନିଶାନ୍ତ କୁମାର ମାଛମାନଙ୍କୁ ମୁଢ଼ି ଖୁଆଉଥିବା ଦୃଶ୍ୟ ଗ୍ରାମବାସୀଙ୍କ ଆକର୍ଷଣର କେନ୍ଦ୍ର ହୋଇଥିଲା।
ଏହି ମଧ୍ୟରେ ନିଶାନ୍ତ କୁମାରଙ୍କ ମାମୁଁ ସତୀଶ କୁମାର କହିଥିଲେ ଯେ, ଭବିଷ୍ୟତରେ ନିଶାନ୍ତ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଆଶା ରଖିଛନ୍ତି।

Show More

Related Articles

Back to top button