ଆଉ ନାହାଁନ୍ତି ପ୍ରସିଦ୍ଧ ମ୍ୟାଜିସିଆନ ଓ. ପି. ଶର୍ମା

ଆଉ ନାହାଁନ୍ତି ପ୍ରସିଦ୍ଧ ମ୍ୟାଜିସିଆନ ଓ. ପି. ଶର୍ମା । ଉତ୍ତର ପ୍ରଦେଶର କାନପୁରର ପ୍ରସିଦ୍ଧ ମ୍ୟାଜିସିଆନ ଓ. ପି. ଶର୍ମାଙ୍କର ପରଲୋକ ହୋଇଛି । ଗତ କିଛିଦିନ ହେବ ସେ କରୋନାରେ ପୀଡିତ ହୋଇ ଫର୍ଚୁନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମ୍ୟାଜିସିଆନ ବ୍ୟାତୀତ ସେ ଜଣେ ପଲିଟିସିଆନ ମଧ୍ୟ ଥିଲେ । ଗୋବିନ୍ଦନଗର ବିଧାନସଭା ଆସନରୁ ସେ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢିଥିଲେ ।
୧୯୭୩ରେ ଶର୍ମା ଜନ୍ମଗ୍ରହଣ କରିଥିଲେ । ସେ ବଲିୟା ଜିଲାର ବାସିନ୍ଦା ଥିଲେ । ଶର୍ମାଙ୍କ ପରିବାରରେ ୩ ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ ରହିଛନ୍ତି । ଶର୍ମା କହୁଥିଲେ ଯାହାକୁ ଆପଣ ମ୍ୟାଜିକ ବୋଲି କହୁଛନ୍ତି ତାହା ବିଜ୍ଞାନର ଚମତ୍କାରିତା । ସେ ତାଙ୍କର ଶେଷ ଶୋ’ରେ କହିଥିଲେ ହାଉସ ଫୁଲ ହେବା ପରେ ଯଦି ଶୋ’କୁ ଛାଡିବାକୁ ପଡୁଛି ତେବେ ଏହା ପଛରେ ଆଉ କିଛି କାର୍ଯ୍ୟକ୍ରମ ରହିଛି । ସବୁ ଆରମ୍ଭର ଅନ୍ତ ରହିଛି । ଏହା ପ୍ରକୃତିର ନିୟମ । ମୁଁ ରୁହେଁ ବା ନ ରୁହେ ମ୍ୟାଜିକ ଚାଲିବ । ଶର୍ମାଙ୍କର ଏହି କଥା ଶୁଣି ଦର୍ଶକେ ହଡବଡେଇ ଯାଇଥିଲେ । ଜଣେ ଦର୍ଶକ ତ ପ୍ରଶ୍ନ କରିଥିଲେ ଏହା କ’ଣ ଶେଷ ଶୋ’ ।
ଆଉ ଜଣେ ମହିଳାଙ୍କ କଥା ଶୁଣିବା ପରେ ଶୋ’ ପରିସର ଗୁମସୁମ ହୋଇଯାଇଥିଲା । ମହିଳା ଜଣଙ୍କ କହିଥିଲେ , ଅଭି ନା ଯାଓ ଛୋଡ କର, ଦିଲ ଅଭି ଭରା ନେହିଁ । ଏକଥାକୁ ଏବେ ତାଙ୍କର ପ୍ରଶଂସକମାନେ ମନେପକାଉଛନ୍ତି ।