ଟ୍ରାଫିକ ବ୍ୟବସ୍ଥା ମଧ୍ୟରେ ଯୋଡି ହେଲା ଆଉ ଏକ ନୂଆ ନିୟମ । ଯାନବାହନରେ ଏବେ ହର୍ଣ୍ଣକୁ ନେଇ ଲାଗୁ ହୋଇଛି ନୂଆ ନିୟମ । ଏଣିକି ଗାଡିରେ ଲାଗି ପାରିବନି କୌଣସି ବିକଟାଳ ଶବ୍ଦ । ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ତେଣୁ ସାବଧାନ ହୋଇଯାଆନ୍ତୁ ଗାଡି ଚାଳକ । ଆଗକୁ ଗାଡିରେ ବିକଟାଳ ଶବ୍ଦ କରୁଥିବା କୌଣସି ହର୍ଣ୍ଣ ଲଗାଇ ପାରିବେନି କୌଣସି ବ୍ୟକ୍ତି । ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଏମିତି ଏକ ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ । ତେବେ ଏ ନେଇ ଆରମ୍ଭ ହେବ ଏକ ସ୍ୱତନ୍ତ୍ର ଡ୍ରାଇଭ । ନିୟମ ଉଲ୍ଲଙ୍ଘନକାରୀମାନଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ମୋଟା ଆକାରର ଫାଇନ ସହିତ ଜେଲ ଦଣ୍ଡ ମଧ୍ୟ ଭୋଗିପାରନ୍ତି ଗାଡି ଚାଳକ ।