Breaking PLUSଦେଶମୁଖ୍ୟ ଖବର

ଉତର ଭାରତରେ ଶୀତଲହର ଜାରି

ସମଗ୍ର ଉତ୍ତର ଭାରତ ଏବେ ଭୀଷଣ ଶୀତ ଲହର ପ୍ରକୋପ ଭିତରେ ରହିଛି।  ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ଶୂନ୍ୟକୁ ଖସି ଆସିଥିବା ବେଳେ ଆଜି ୧୫ଟି ବିମାନ ବାତିଲ କରାଯାଇଛି। ୧୮୦ରୁ ଅଧିକ ବିମାନ ବିଳମ୍ବ ହୋଇଛି। କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଦିଲ୍ଲୀରୁ ଆସୁଥିବା ୬୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲିଛି। ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ  ପ୍ରବଳ ତୁଷାରପାତ ଯୋଗୁଁ ସମଗ୍ର ଉତ୍ତର ଭାରତରେ ଶୀତର ପ୍ରଭାବ ତୀବ୍ର ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ୮ ଜଣ ଏବଂ ବିହାରରେ ୨ ଜଣ ପ୍ରାଣ ହରାଇଛନ୍ତି। ଗତକାଲି ଦିଲ୍ଲୀରେ  ଅଭୂତପୂର୍ବ ୯ ଘଣ୍ଟାର ଶୂନ୍ୟ ଦୃଶ୍ୟମାନତା ଅବଧି ଦେଖିବାକୁ ମିଳିଥିଲା, ଯାହା ଚଳିତ ଶୀତ ଋତୁର ସବୁଠାରୁ ଲମ୍ବା  ଥିଲା।   ଆଜି ସକାଳ ୮ଟାରେ ଆଇଜିଆଇ ବିମାନବନ୍ଦରରେ ଦୃଶ୍ୟମାନତା ସାମାନ୍ୟ ବୃଦ୍ଧି ପାଇ ୫୦ ମିଟରରେ ପହଞ୍ଚିଥିଲା। ଭୋର ୪ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଶୂନ୍ୟ ଦୃଶ୍ୟମାନତା ଦେଖିବାକୁ ମିଳିଥିଲା।

Show More

Related Articles

Back to top button