ଓଡ଼ିଶାମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଆସନ୍ତା ଜୁନ୍ ୧୩ ତାରିଖରେ ହେବାକୁ ଯାଉଛି ଉପ-ନିର୍ବାଚନ । ଏନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଆଜିଠୁ ଜୁନ୍ ୨ଯାଏଁ ନାମାଙ୍କ ଦାଖଲ ପ୍ରକ୍ରିୟା ଚାଲୁ ରହିବ । ଜୁନ୍ ୩ତାରିଖରେ ଯାଞ୍ଚ ହେବ  ଏବଂ  ଜୁନ ୬ ତାରିଖ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ ରହିବ । ସେହିପରି ଜୁନ୍ ୧୩ ତାରିଖରେ ହେବ ଉପ-ନିର୍ବାଚନ । ୧୭ ତାରିଖ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା  ଶେଷ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ଏଥର ୩ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ରାଜ୍ୟସଭା ନିର୍ବାଚନ ହେଉଛି । ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ପଡିଥିଲା ଆସନ । ଏନେଇ ଆସନ୍ତା ଦିନେ କି ଦୁଇଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇପାରେ ।

Show More

Related Articles

Back to top button