
ଫଳରେ ଟୋଲଗେଟ୍ ପାର କରିବା ବେଳେ ଏପରି ବାହନ ଦୁଇଗୁଣା ଶୁଳ୍କ ପୈଠ କରୁଛନ୍ତି। ତେବେ ଏପରି ବାହନମାଲିକ ଚାହିଁଲେ ମନ୍ଥଲୀ ଫାସଟାଗ୍ ମଧ୍ୟ ନେଇ ପାରିବେ। ଏଥିଲାଗି କଣ କରିବାକୁ ହେବ ଆସନ୍ତୁ ଜାଣିବା।
କେଉଁଠୁ କିଣିବେ ଫାସଟାଗ୍-
ଫାସଟାଗ ପିଓଏସ ଅଥବା ଫ୍ଲିପ୍କାର୍ଟ, ଆମାଜନ ଓ ପେଟିଏମ ଆଦି ଅନଲାଇନ୍ ପ୍ଲାଟଫର୍ମରୁ କିଣିପାରିବେ। ଏଥିଲାଗି ୧୦୦ ଟଙ୍କା ଦେୟ ଦେବାକୁ ପଡୁଥିବା ବେଳେ ୨ଶହ ଟଙ୍କା ଗ୍ୟାରେଣ୍ଟି ବାବଦକୁ ଜମା କରିବାକୁ ହେବ। ଆପଣଙ୍କ ପେଟିଏମ୍ ବାଲାନ୍ସ ପେଟିଏମ୍ ବାଲାନ୍ସ ଭାବେ ଉପଯୋଗ ହେବ।
ଆବଶ୍ୟକ କାଗଜପତ୍ର-
ଫାସଟାଗ୍ କିଣିବା ଲାଗି ବାହାନର ରେଜିଷ୍ଟ୍ରେସନ ସାର୍ଟିଫିକେଟ କପି ଓ ଡ୍ରାଇଭିଂ ଲାଇସେନସ୍ କପି ଦେବାକୁ ହେବ। ନଚେତ ବାହାନ ମାଲିକଙ୍କ ପାନକାର୍ଡ ଓ ଆଧାରକାର୍ଡ କପି ଦେଇ ମଧ୍ୟ ପିଓଏସ୍ରୁ ଫାସଟାଗ୍ ହାସଲ କରିହେବ।
କିପରି କରିବେ ରିଚାର୍ଜ-
ବାହନ ଚାଳକ ଓ ମାଲିକ ଯେଉଁ ବ୍ୟାଙ୍କରୁ ଫାସଟାଗ୍ କ୍ରୟ କରିଥିବେ ସେହି ବ୍ୟାଙ୍କ ୱେବସାଇଟ୍ରୁ ଅନଲାଇନ ରିଚାର୍ଜ କରିପାରିବେ। ଏହା ଛଡା ୟୁପିଆଇ, ଡେବିଟକାର୍ଡ, କ୍ରେଡିଟକାର୍ଡ, ଏନଇଏଫଟି, ନେଟ୍ ବ୍ୟାଙ୍କିଙ୍ଗ ଆଦିରୁ ଫାସଟାଗ୍ ରିଚାର୍ଜ କରିପାରିବେ। ଯଦି ପେଟିଏମ୍ ୱାଲେଟ ସହ ଲିଙ୍କ ଥାଏ ତେବେ ଏଥିରୁ ମଧ୍ୟ ରିଚାର୍ଜ କରାଇପାରିବେ। ଯାହା ଆପଣ ପ୍ରତିମାସରେ ଥରେ ରିଚାର୍ଜ କରାଇ ଆପଣଙ୍କ ବାହନକୁ ଟୋଲଗେଟ୍ ପାର କରାଇପାରିବେ।