ୟୁଜର୍ସଙ୍କ ଅନେକ ସୁବିଧା ପାଇଁ ବେଳେବେଳେ ହ୍ୱାଟ୍ସଆପ ନୂଆ ନୂଆ ଫିଚର ଆଣିଥାଏ । ଏହା ଷ୍ଟେବଲ ଭର୍ଜନରେ ଆସିବା ପୂର୍ବରୁ ଏହାକୁ ଡେଭଲପର୍ସ ବିଟା ଭର୍ଜନରେ ଟେଷ୍ଟ କରିଥାନ୍ତି । ବିଟା ଭର୍ଜନରେ ଏକ ନୂଆ ଫିଚର ଦେଖିବାକୁ ମିଳିଛି, ଯାହା ଆଗାମୀ ସମୟରେ ଷ୍ଟେବଲ ଭର୍ଜନରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ବର୍ତ୍ତମାନ ହ୍ୱାଟ୍ସଆପ ଏହି ଫିଚର ଉପରେ କାମ କରୁଛି ।
ବର୍ତ୍ତମାନ ୟୁଜର ଗ୍ରୁପ ଚାର୍ଟରେ ମେସେଜ କଲେ ତାଙ୍କ ନମ୍ବର ଓ ନାଁ ଆସିଥାଏ । ହେଲେ ଆଗାମୀ ଅପଡେଟରେ ଏହା ପରିବର୍ତ୍ତନ ହେବାକୁ ଯାଉଛି । ଏହି ଫିଚର ଅପଡେଟ ହେଲା ପରେ ଗ୍ରୁପରେ ମେସେଜ କରିବା ପରେ ଆପଣଙ୍କ ନମ୍ବର ସହ ଫଟୋ ଦେଖାଯିବ । ଯଦି ୟୁଜର ଡିପି ଦେଇନଥିବେ କିମ୍ବା ପ୍ରାଇଭେସି ସେଟିଙ୍ଗ ଯୋଗୁଁ ଦେଖାଯାଉନଥିବ ତେବେ ସେଠାରେ ଡିଫଲ୍ଟ ଆଇକନ ସୋ କରିବ । ଫଳରେ ମେସେଜ ପଠାଉଥିବା ବ୍ୟକ୍ତିଙ୍କୁ ଆପଣ ସହଜରେ ଜାଣିପାରିବେ ।