ଏଣିକି ୧୮ ନୁହେଁ ବରଂ ୧୭ ବୟସରୁ କରାଯିବ ଭୋଟର କାର୍ଡ । ଭୋଟର ତାଲିକାରେ ପଞ୍ଜିକରଣ ପାଇଁ ଏଥର ୧୭ ବର୍ଷ ରୁ ଆବେଦନ କରିବା ସହ ଆଧାର କାର୍ଡ ଲିଙ୍କ୍ ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ଗୋଟିଏ ଯୋଗ୍ୟତା ସୂଚକ ତାରିଖ ପରିବର୍ତେ ବର୍ଷକୁ ୪ ଥର ଜାନୁୟାରୀ ମାସ, ଅପ୍ରିଲ ମାସ, ଜୁଲାଇ ମାସ ଏବଂ ଅକ୍ଟୋବର ମାସର ପହିଲା ଅର୍ଥାତ୍ ୧ ତାରିଖ ଦିନ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ଭୋଟରଗଣ ନିଜ ନାମକୁ ଭୋଟର ତାଲିକାରେ ପଞ୍ଜିକରଣ କରାଇ ପାରିବେ ।
୨୦୨୩ ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ କମିଶନଙ୍କ ଦ୍ୱାରା ପରିବର୍ତ୍ତିତ ଗାଇଡଲାଇନ ଆଧାରରେ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ଡିଜିଟାଲ ବା ଅନଲାଇନ ଉପରେ ଅଧିକ ଫୋକସ ଦିଆଯାଉଛି ।
ତେବେ ଆସନ୍ତୁ ଦେଖିବା ନୂଆ ଭୋଟର ଆଇଡି କାର୍ଡ ବନାଇବାର ସହଜ ଉପାୟ-
ନୂଆ ଭୋଟର ଆଇଡି କାର୍ଡ ବନାଇବା ବହୁତ ସହଜ। ଏହାକୁ ବନାଇବାକୁ ହେଲେ ଆପଣଙ୍କ ପାଖରେ ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟସ ରହିବା ଉଚିତ। ପ୍ରଥମେ ଆପଣଙ୍କୁ ଇଲେକସନ୍ କମିସନ୍ ଅଫ୍ ଇଣ୍ଡିଆ (ECI) ର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ। ଏଠାରେ ଯିବା ପରେ ଆପଣ ଭୋଟର ଆଇଡି ରେଜିଷ୍ଟ୍ରେସନ୍ କରିପାରିବେ। ଏହି ୱେବସାଇଟରେ ଇଲେକସନ୍ ପ୍ରୋସେସ୍ ବିଷୟରେ ସମସ୍ତ ବିବରଣୀ ମହଜୁଦ୍ ଥାଏ। ଏହାସହିତ ଏଥିରେ ଅନେକ ଫର୍ମ ମଧ୍ୟ ସାମିଲ ରହିଛି, ଯାହାକୁ ଆପଣ ଅନଲାଇନ୍ ଡାଉନଲୋଡ୍ କରିପାରିବେ।
ଏହାସହିତ ଏଠାରେ ଆପଣ ନିଜ ସୁବିଧା ଅନୁଯାୟୀ ଫର୍ମ ଡାଉନଲୋଡ କରିପାରିବେ। ଯଦି ଆପଣ ପୁରୁଣା ଭୋଟର ଆଇଡି କାର୍ଡ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ଏଠାରେ କରିପାରିବେ। ସୁରକ୍ଷା କର୍ମୀ ଏବଂ ଦେଶରୁ ବାହାରେ ରହୁଥିବା ଲୋକଙ୍କ ପାଇଁ ଅଲଗା ଫର୍ମ ରହିଥାଏ। ନୂଆ ଭୋଟର ଆପ୍ଲିକେସନ୍ ପାଇଁ ଆପଣଙ୍କୁ Form 6 କୁ ଚୟନ କରିବାକୁ ହେବ। ଏହାସହିତ ଆପଣ ଅନଲାଇନ୍ ମଧ୍ୟ ଫର୍ମ ଭରିବା ପରେ ଜମା କରିପାରିବେ।