
ଆଜି ନୂଆଁଖାଇ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି , ନୂଆଁଖାଇ ଜୁହାର । ଏହି ପବିତ୍ର ଅବସରରେ ସମସ୍ତଙ୍କୁ ଅଭିନନ୍ଦନ। ନୂଆଁଖାଇରେ ପରିଶ୍ରମୀ କୃଷକମାନଙ୍କର ଉଲ୍ଲେଖନୀୟ ଉଦ୍ୟମ ଏବଂ ଦେଶ ଗଠନରେ ସେମାନଙ୍କର ଭୂମିକାକୁ ପ୍ରଶଂସା କରଛନ୍ତି ପ୍ରଧାନମନ୍ତ୍ରୀ। ସମସ୍ତଙ୍କ ସୁସ୍ବାସ୍ଥ୍ୟ ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି ବୋଲି ଟ୍ୱିଟରରେ ଲେଖିଛନ୍ତି ମୋଦୀ।
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନୂଆଁଖାଇ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ନୂଆଁଖାଇ ପର୍ବ ଅବସରରେ ଓଡ଼ିଶାର ଭଉଣୀ ଓ ଭାଇମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏଇ ପବିତ୍ର ଦିବସ ପ୍ରତ୍ୟେକଙ୍କୁ ସମୃଦ୍ଧି ଓ ସୁସ୍ବାସ୍ଥ୍ୟ ପ୍ରଦାନ କରୁ । ନୂଆଁଖାଇ ଜୁହାର ।
ନୂଆଁଖାଇ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏଥିରେ ସେ ନୂଆଁଖାଇ ଜୁହାର୍ ବୋଲି କହିବା ସହ ସମସ୍ତଙ୍କର ସୁଖ-ସମୃଦ୍ଧି କାମନା କରିଛନ୍ତି । ଉତ୍କଳ ପ୍ରହରୀ ପରିବାର ତରଫରୁ ରାଜ୍ୟ ବାସୀଙ୍କୁ ନୂଆଁଖାଇର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା



