ଆସୁଛି ନୂଆଁଖାଇ

ପଶ୍ଚିମ ଓଡ଼ିଶାର ମୁଖ୍ୟ ଏବଂ ଗଣପର୍ବ ହେଉଛି ନୂଆଁଖାଇ । ଏହି ପର୍ବ ସମଗ୍ର ଓଡିଶାରେ ପାଳନ କରାଯାଏ, କିନ୍ତୁ ଏହା ପ୍ରମୁଖଭାବେ କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗୀର, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, ବୌଦ୍ଧ ଏବଂ ନୁଆପଡା ଜିଲ୍ଲାରେ ପାଳନ କରାଯାଏ । ଏହି ପର୍ବରେ ଖାଦ୍ୟ ଶସ୍ୟର ପୂଜା କରାଯାଏ । ‘ନୂଆଁଖାଇ’ ରେ ନୂଆ ଶବ୍ଦର ଅର୍ଥ ହେଉଛି ନୂତନ ଏବଂ ଖାଇର ଅର୍ଥ ହେଉଛି ଖାଦ୍ୟ, ତେଣୁ ଏହି ନୂଆଁଖାଇ ପର୍ବରେ ସେଠାକାର ଲୋକେ ନୂତନ ଭାବେ ଅମଳ ହୋଇଥିବା ଧାନରୁ ନବାନ୍ନ ପ୍ରସ୍ତୁତ କରି ମା ସମଲେଇଙ୍କ ନିକଟରେ ଲାଗି କରିବା ପରେ ସେମାନେ ନୂଆ ହୁଅନ୍ତି ।
ଆଉ ତିନି ଦିନ ପରେ ନୂଆଁଖାଇ । ଏଥିପାଇଁ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ପ୍ରସ୍ତୁତି ଜୋରଦାର ହେଲାଣି । ଏପଟେ ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସମଲେଶ୍ୱରରୀ ମନ୍ଦିରରେ ପହଞ୍ଚିଛି ନୂଆ ଧାନ । ନୂଆ ଧାନରୁ ମାଆଙ୍କ ପାଖରେ ନବାନ୍ନ ଲାଗି ହେବ । ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇଥାଆନ୍ତି । ଚଳିତବର୍ଷ ୧୧ ତାରିଖରେ ପଡୁଛି ନୂଆଁଖାଇ । ଏଥିପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି । ସକାଳ ୧୦ଟା ୧୫ରୁ ୧୦ଟା ୨୫ ଭିତରେ ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ ।