Breaking PLUSଓଡ଼ିଶାମୁଖ୍ୟ ଖବର
ବଢିଲା ସୌରୀନଙ୍କ ଅଡୁଆ, ଫ୍ରିଜ ହେବ ଆକାଉଣ୍ଟ

କଟକ: ଯୌନ କେଳେଙ୍କାରୀରେ ଫସିଥିବା ଓଲିଉଡ୍ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଫ୍ରିଜ ହେବ ସୌରୀନଙ୍କ ବ୍ୟାଙ୍କ ଆକାଉଣ୍ଟ। ସୌରୀନଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପଦକ୍ଷେପ ଗ୍ରହଣ କରିଛି କମିସନରେଟ୍ ପୁଲିସ୍। ଏନେଇ ସୂଚନା ଦେଇଛନ୍ତି ଏସସିପି ଜୋନ-୨ ଅମିତାଭ ମହାପାତ୍ର। କୋଲକାତାର ଦୁଇଟି ୨ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ଲେଖିଲା ଚିଠି। ଗତକାଲି ସୌରୀନଙ୍କ ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍।
କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ମହିଳା ଥାନାରେ ଏତଲା ଦେଇଛନ୍ତି। ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ସୌରୀନଙ୍କ ବିରୋଧରେ ପୀଡ଼ିତା କଣ୍ଠଶିଳ୍ପୀ ଅଭିଯୋଗ କରିଛନ୍ତି।