Breaking PLUSଓଡ଼ିଶାମୁଖ୍ୟ ଖବର

ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ୨ କୁଖ୍ୟାତ ଅପରାଧୀ କାବୁ

ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ ବନ୍ଧୁକ କାରବାର ଘଟଣାରେ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ । ବନ୍ଧୁକ ମାଫିଆଙ୍କ ଠାରୁ ଗୋଟିଏ କାର୍ବାଇନ ସହ ୧୦ସେମି ଅଟୋମେଟିକ ପିସ୍ତଲ ଏବଂ ଜବଦ କରିବାରେ ସକ୍ଷମ ହୋଇଛି ସ୍ପେଶାଲ କ୍ରାଇମ ୟୁନିଟ । ଘଟଣାରେ ୨ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି କମିଶନରେଟ ପୁଲିସ । ସୂଚନା ଅନୁସାରେ ବନ୍ଧୁକ ମାଫିଆ ଦୁଇଜଣ ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଖଣ୍ଡଗିରିରୁ ସ୍ପେଶାଲ କ୍ରାଇମ ୟୁନିଟ ଟିମ ସେମାନଙ୍କୁ ଏନଏଚରେ ଗୋଡ଼େଇ ଗୋଡେଇ ଧରିଥିଲା । ଗିରଫ ଦୁଇଜଣ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button