Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ବର୍ଷା

ଭୁବନେଶ୍ୱର- ଗାଙ୍ଗେୟ ପଶ୍ଚିମବଙ୍ଗରୁ ତେଲଙ୍ଗାନା ପର୍ଯ୍ୟନ୍ତ ଓଡ଼ିଶା ଉପରେ ଏକ ଟ୍ରଫ ଲାଇନ ରହିଛି।  ଯାହାର ପ୍ରଭାବରେ ଆସନ୍ତା ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲାକୁ ବର୍ଷା ସମ୍ଭାବନା ରହିଛି। ବୁଧବାର ବାଲେଶ୍ବର ଓ ମୟୂରଭଞ୍ଜ ଜିଲାରେ ହାଲୁକା ବର୍ଷା ହୋଇଥିଲା। ଆଜି ସକାଳ ପର୍ଯ୍ୟନ୍ତ ଏହି ଦୁଇ ଜିଲା ସମେତ କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୨୦ରୁ ୨୧ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୭ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି

Show More

Related Articles

Leave a Reply

Your email address will not be published. Required fields are marked *

Back to top button