Breaking PLUSଓଡ଼ିଶାମୁଖ୍ୟ ଖବର

ଜିଦରେ ଅଟଳ ନର୍ସିଂ କର୍ମଚାରୀ, ଜାରି ରହିଛି ଧାରଣା

ଭୁବନେଶ୍ୱର- ସରକାରଙ୍କ ଏସମା ସତ୍ୱେ ୧୦ଦଫା ଦାବିରେ ଅଟଳ ନର୍ସିଂ କର୍ମଚାରୀ ସଂଘ। ଆଜିଠାରୁ ଓଟି, ଆଇସିୟୁ ଓ କାଜୁଆଲଟି ସେବା ବନ୍ଦ ପାଇଁ ଚେତାବନୀ ଦିଆଯାଇଛି। ସରକାରଙ୍କ ଏସମା ସତ୍ୱେ ଆନ୍ଦୋଳନ କରିବା ସହ ଦୁଇ ଦିନ ହେବ ଜରୁରୀ ସେବାକୁ ବାଦ ଦେଇ ଓପିଡ଼ି ଏବଂ ୱାର୍ଡ ସେବାକୁ ସଂଘ ପକ୍ଷରୁ ବନ୍ଦ କରାଯାଇଛି। ତେବେ ଆଜିଠାରୁ ଓଟି, ଆଇସିୟୁ ଓ କାଜୁଆଲଟି ସେବା ବନ୍ଦ କରିବାକୁ କୁହାଯାଇଥିବାରୁ ରୋଗୀ ସେବା ଗୁରୁତର ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ରୋଗୀ ସେବାକୁ ଗୁରୁତ୍ୱ ଦେଇ ନର୍ସିଂ କର୍ମଚାରୀଙ୍କୁ ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ସରକାର ନିବେଦନ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button