Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟ ସରକାର-ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ ହୋଇଛି। ନର୍ସିଂ କର୍ମଚାରୀମାନେ ଆସନ୍ତାକାଲି (୨୦୨୪ ସେପ୍ଟେମ୍ବର ୨୬) ଯାଏଁ ଜରୁରୀକାଳୀନ ସେବାରେ ନିୟୋଜିତ ହେବାକୁ ସ୍ଥିର କରିଛନ୍ତି। ଏହା ପରେ ସେପ୍ଟେମ୍ବର ୨୭ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ନର୍ସିଂ କର୍ମଚାରୀ ସଂଘ ତରଫରୁ ଏହି ସୂଚନା ଦିଆଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, ନର୍ସିଂ ଆନ୍ଦୋଳନ ନେଇ ଲୋକସେବା ଭବନରେ ଆଜି ଅପରାହ୍‌ଣରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏସ. ଅଶ୍ୱଥି, ନର୍ସିଂ ନିର୍ଦେଶକ, ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପ୍ରତିନିଧି ଉପସ୍ଥିତ ଥିଲେ। ନର୍ସିଂ କର୍ମଚାରୀଙ୍କ ଦାବି ସଂପର୍କରେ ଆଲୋଚନା ହୋଇଥିଲା। ସରକାର ନର୍ସିଂ କର୍ମଚାରୀଙ୍କ ଦାବିକୁ ମାନି ନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।

 

Show More

Related Articles

Leave a Reply

Your email address will not be published. Required fields are marked *

Back to top button