କରୋନାର ପ୍ରକୋପ ସ୍ୱଳ୍ପ କମିବା ପରେ ଏଥର ବିନା କଟକଣାରେ ଏବଂ ଭକ୍ତ ଗହଳରେ ହେବ ପୂଜା ଉତ୍ସବ । କିନ୍ତୁ ଅନ୍ୟପଟେ ପାର୍ବଣ ଋତୁରେ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଆଗକୁ ଦୁଇଟି ଘୂର୍ଣ୍ଣିବଳୟ ଆସୁଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆଇଏମ୍ଡି ଆକଳନ ଅନୁଯାୟୀ, ୨୬ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ହୋଇପାରେ । ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଏହା ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଅକ୍ଟୋବର ୧ ବା ୨ ତାରିଖରେ ଉତ୍ତର ଆନ୍ଧ୍ର ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ହୋଇପାରେ । ଏହା ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବା ସମ୍ଭାବନା ଅଧିକ ।
ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହୋଇପାରେ । ଏହା ୨୯ ଯାଏ ସକ୍ରିୟ ରହିବ । ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସଙ୍କେତ ଏବେ ଦେଖାଯାଉନି । ଘୂର୍ଣ୍ଣିବଳୟ ପ୍ରଭାବରେ କମ୍ ବର୍ଷା ହେବ । ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହୋଇପାରେ । ଏନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି