Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ ତାଙ୍କ ଦେଶକୁ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା

ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ ତାଙ୍କ ଦେଶକୁ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତ୍ୟର୍ପଣ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, କୌଣସି ବିବାଦ ନାହିଁ ।
ଭୁବନେଶ୍ବରରେ ଅଛନ୍ତି ଜଣେ ପାକିସ୍ତାନୀ ମହିଳା ଅଛନ୍ତି । ଦୀର୍ଘମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ବରରେ ରହୁଛନ୍ତି ।ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ୍ ପୋଲିସର ନୋଟିସ୍ । ୨୦୨୪ରେ ମହିଳାଙ୍କ ଭିସା ଅବଧି ଶେଷ ହୋଇଯାଇଛି ।