Breaking PLUSଓଡ଼ିଶାମୁଖ୍ୟ ଖବର

ଡିସେମ୍ବର ଶେଷ ସପ୍ତାହରୁ ପଥୋତ୍ସବ

ପୁଣି ଶୀତୁଆ ସକାଳରେ ଝୁମିବ ରାଜଧାନୀ। ରାସ୍ତା ଉପରେ ମଉଜ କରିବେ ଭୁବନେଶ୍ବରବାସୀ । ଭୁବନେଶ୍ବରରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ପଥୋତ୍ସବ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ଚଞ୍ଚଲ୍ ରାଣା । ଡିସେମ୍ବର ଶେଷ ସପ୍ତାହରୁ ଆରମ୍ଭ ହେବ ପଥୋତ୍ସବ।
ଡିସେମ୍ବର ଶେଷ ସପ୍ତାହ ଏବଂ ଜାନୁଆରୀ ମାସର ପ୍ରଥମ ଦୁଇଟା ସପ୍ତାହ ନିଆରା କାର୍ଯ୍ୟକ୍ରମ ହେବ । ତିନୋଟି ଜୋନରେ ଗୋଟିଏ ଲେଖାଏଁ ପଥୋତ୍ସବର ଆୟୋଜନ  କରିବା ନେଇ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି। ରବିବାର ସକାଳ ୭ଟାରୁ ୧୦ଟା  ପର୍ଯ୍ୟନ୍ତ ପଥୋତ୍ସବର ଆୟୋଜନ କରାଯିବ।
ଏଥିରେ ନାଚ, ଗୀତ ସାଙ୍ଗକୁ ପେଣ୍ଟିଂ, ସ୍କେଟିଂ,ଏବଂ ବିଭିନ୍ନ ଆକ୍ଟିଭିଟିର ଆୟୋଜନ କରିବ ବିଏମସି। ସହରିୟାଙ୍କୁ ସ୍ୱତନ୍ତ୍ର ଅନୁଭୂତି ଦେବ ଉଦ୍ଦେଶ୍ୟରେ ବିଏମସି ଆୟୋଜନ କରୁଛି ପଥୋତ୍ସବ।

Show More

Related Articles

Back to top button