Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା ଭିତରେ ୧୩୬ ଜଣ ମାଆଙ୍କର ମୃତ୍ୟୁ ହୋଇଥିଲା। ଆଜି ଗୃହରେ ବିଜେଡି ବିଧାୟକ ଗୌତମ ବୁଧ ଦାସଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ୨୦୧୮-୨୦ ମସିହା ଭିତରେ ୧୧୯ ଜଣ ମାଆଙ୍କ ଜୀବନ ଯାଇଥିଲା। ୨୦୧୯ ରୁ ୨୦୨୧ ଭିତରେ ୧୧୯, ୨୦୨୦ ରୁ ୨୦୨୨ ଭିତରେ ୧୩୬ ଭିତରେ ୧୩୬ ଓ ୨୦୨୧-୨୩ ରେ ୧୫୩ ଜଣ ମାଆଙ୍କ ପ୍ରାଣ ଯାଇଛି । ସେପଟେ ରାଜ୍ୟରେ ଶିଶୁ ମୃତ୍ୟୁ ହାର କମିଛି । ୨୦୧୯ରେ ୪୩ , ୨୦୨୦ରେ ୩୯ , ୨୦୨୧ରେ ୩୮, ୨୦୨୨ରେ ୩୭, ୨୦୨୩ରେ ୩୫ ଜଣ ୫ ବର୍ଷରୁ କମ୍‌ ଶିଶୁଙ୍କ ଜୀବନ ଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button