ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୯୮୨ କରୋନା ସଂକ୍ରମିତ ଚିହ୍ନଟ
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮ରେ ପହଞ୍ଚିଯାଇଛି । ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮ରେ ପହଞ୍ଚିଯାଇଛି । ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ୧୫୩୯ ନୂଆ ପଜିଟିଭ୍ ବାହାରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୮୨୩୦ଟି ଥିବାବେଳେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୬୫୧୩୩ଜଣ ।
ସେହିପରି ବଲାଙ୍ଗୀରରୁ ୪୨୬, ପୁରୀ ୩୯୮, ଝାରସୁଗୁଡ଼ାରୁ ୩୮୦, ନୂଆପଡ଼ାରୁ ୩୭୮, ବାଲେଶ୍ୱରରୁ ୩୦୩ ଓ କେନ୍ଦୁଝରରୁ ୨୫୩, କଳାହାଣ୍ଡିରୁ ୩୭୦, ଯାଜପୁର ୩୪୯, ନବରଙ୍ଗପୁର ୩୩୫, ବାଲେଶ୍ୱରରୁ ୩୦୩, କେନ୍ଦୁଝରରୁ ୨୫୩,ମୟୁରଭଞ୍ଜରୁ ୨୩୯, ଜଗତସିଂହପୁରରୁ ୨୩୨, ଭଦ୍ରକରୁ ୨୩୧, ସୁବର୍ଣ୍ଣପୁରରୁ ୨୧୫, ରାୟଗଡାରୁ ୨୧୨, କୋରାପୁଟରୁ ୧୯୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ଼ରୁ ୧୯୨, ଢ଼େଙ୍କାନାଳରୁ ୧୮୯, ବୌଦ୍ଧରୁ ୧୮୦, ଗଞ୍ଜାମରୁ ୧୭୭, କେନ୍ଦ୍ରାପଡ଼ାରୁ ୧୪୧, କନ୍ଧମାଳରୁ ୧୩୪,ଦେବଗଡ଼ରୁ ୧୨୭, ଗଜପତିରୁ ୧୧୧ ଓ ମାଲକାନଗିରିରୁ ୭୧ ଜଣ ଓ ଷ୍ଟେଟପୁଲରୁ ୩୩୨ ଜଣ ଚିହ୍ନଟ ହୋଇଛନ୍ତି ।