ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୦୮୭ ନୂଆ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୦୮୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍ ରହିଛି ୪.୧୭ ପ୍ରତିଶତ । ଯାହାକି ଗତକାଲି ଥିଲା ୪.୪୫ପ୍ରତିଶତ । ୨୪ ଘଣ୍ଟାରେ ୭୪ ହଜାର ଟେଷ୍ଟିଂ ହୋଇଥିଲା। ଟପ୍ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର ଓ ପୁରୀ ।

ଖୋର୍ଦ୍ଧାରୁ ସର୍ବାଧିକ ୫୮୪ ପଜିଟିଭ୍ ବାହାରିଛନ୍ତି । କଟକରୁ ୪୬୨, ବାଲେଶ୍ୱରରୁ ୨୪୬, ଯାଜପୁରରୁ ୨୦୫ ଓ ପୁରୀରୁ ୧୮୯ ରହିଛି ରୋନା କେସ୍ । କେବଳ ଏହି ୫ ଜିଲ୍ଲାାରୁ ୧୬ ଶହ ୮୬ ସଂକ୍ରମିତ ହୋଇଛନ୍ତି। ୨୨ ଜିଲ୍ଲାରେ ୧୦୦ ତଳେ ସଂକ୍ରମଣ । ଆକ୍ଟିଭ୍ କେସ୍ ରହିଛି ୩୧ ହଜାର ୨୩୧କୁ ହ୍ରାସ ପାଇଛି। ରାଜ୍ୟରେ ୨୧ ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି। ୩ ଜିଲ୍ଲା ରେଡ୍ ଜୋନରେ ଥିବାବେଳେ ୟେଲୋ ଜୋନରେ ରହିଛି ୬ ଜିଲ୍ଲା। ମୟୂରଭଞ୍ଜରେ ସର୍ବାଧିକ ୮.୬ ପ୍ରତିଶତ ପଜିଟିଭିଟି ରେଟ୍ ରହିଛି। ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖୋର୍ଦ୍ଧାରେ କମୁଛି ସଂକ୍ରମଣ ହାର। ଗତକାଲି ୫.୫ ପ୍ରତିଶତ ସଂକ୍ରମଣ ଥିବାବେଳେ ଆଜି ୫.୧ ପ୍ରତିଶତକୁ ଖସିଛି।