Breaking PLUSଓଡ଼ିଶାମୁଖ୍ୟ ଖବର
ଓଡିଆ ଡାକ୍ତରଙ୍କ ସଞ୍ଜିବନୀ, ଷ୍ଟେଜ୍-୩ କ୍ୟାନସରରୁ ବି ମିଳିବ ଆରୋଗ୍ୟ
ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିଶ୍ୱ ଦରବାରରେ ଓଡ଼ିଆ ପୁଅ ଗର୍ବ ଓ ଗୌରବ ଆଣିଛନ୍ତି । ସ୍ତନ କର୍କଟ ରୋଗ ପାଇଁ ପ୍ରସ୍ତୁତ କରିଛନ୍ତି ମହୌଷଧି । ସେ ହେଉଛନ୍ତି ଓଡ଼ିଆ ବୈଜ୍ଞାନିକ ସନ୍ଦୀପ ମିଶ୍ର । ଏହି ଔଷଧରେ ଷ୍ଟେଜ୍-୩ କର୍କଟ ରୋଗୀ ବି ଭଲ ହୋଇପାରିବ ।

ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ଏସ୍)ରେ କାର୍ଯ୍ୟରତ ଡା. ମିଶ୍ର କହିଛନ୍ତି ଯେ, ସ୍ତନ କର୍କଟର ଟ୍ୟୁମର ଦମନକାରୀ ଜିନ୍ ଉଦ୍ଭାବନ କରାଯାଇଛି । ଏହା ସ୍ତନ କର୍କଟ ରୋଗର ନିଦାନ ଓ ଚିକିତ୍ସାକ୍ଷେତ୍ରରେ ସଫଳତା ଦେବ । ଏହା ମାନବ ପରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ପାଇଛି ।
ଦୀର୍ଘ ୨୦ ବର୍ଷ ହେଲା ଗବେଷଣା ଚାଲିଥିଲା । ଭାରତ ସରକାରଙ୍କ ବାୟୋଟେକ୍ ବିଭାଗ, ବାଇରାକ୍ ପକ୍ଷରୁ ଗବେଷଣା ପାଣ୍ଠି ଯୋଗାଇ ଦେଇଛି । ଲ୍ୟାବରେ ମୂଷା ଉପରେ ଏହି ଔଷଧର ପରୀକ୍ଷଣ ସଫଳ ହେବା ପରେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଆସନ୍ତା ୨-୩ ବର୍ଷ ଭିତରେ ବଜାରରେ ଏହି ଔଷଧ କମ୍ ମୂଲ୍ୟରେ ଉପଲବ୍ଧ ହେବ । ଏ ସମ୍ପର୍କରେ ନେଚର୍ ଗ୍ରୁପ୍ ଅଫ୍ ଜର୍ଣ୍ଣାଲ ଏବଂ ଅନ୍ୟ ଖ୍ୟାତନାମା ବିଜ୍ଞାନ ପତ୍ରିକାରେ ପ୍ରକାଶିତ ହୋଇଛି ।