କାଲି ଓଡ଼ିଶାକୁ ମିଳିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ସମ୍ବଲପୁର: କାଲି ଓଡ଼ିଶାକୁ ମିଳିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । କାଲି ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପୁରୀ – ରାଉରକେଲା – ପୁରୀ ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହେବ। ଏ ସମ୍ପର୍କରେ ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ପାର୍ବଣ ଅବସରରେ ଓଡ଼ିଶା ପାଇଁ ଏହା ଉତ୍ସବ ଭେଟି ଅଟେ। ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସକୁ ସମଗ୍ର ଦେଶରେ ଅନ୍ୟାନ୍ୟ ସ୍ଥାନରେ ଆରମ୍ଭ ହେବାକୁ ଥିବା ୮ଟି ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଏହି ଟ୍ରେନର ଶୁଭାରମ୍ଭ କରିବେ।
ଏହି ଟ୍ରେନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ପୁରୀରୁ ଓଡ଼ିଶାର ଶିଳ୍ପ ନଗରୀ ରୂପେ ପରିଚିତ ରାଉରକେଲାକୁ ସଂଯୋଗ କରିବ। ଏହି ଟ୍ରେନ ତାର ଯାତ୍ରା ସମୟରେ ଖୋର୍ଦ୍ଧା ରୋଡ, ରାଜଧାନୀ ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ଓ ଝାରସୁଗୁଡା ଷ୍ଟେସନ ଗୁଡିକରେ ରହଣି କରିବ। ଏହି ଟ୍ରେନ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୭ ଘଣ୍ଟା ୪୫ ମିନିଟରେ ୫୦୫ କିମି ଦୂରତା ଅତିକ୍ରମ କରିବ।