
ଭୁବନେଶ୍ୱର : ଆସନ୍ତା ୧୬ ତାରିଖରେ ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ଶୋ’। ବାୟୁସେନା ପକ୍ଷରୁ ଓଡ଼ିଶାରେ ଏହି ଚିତାକର୍ଷକ ସୂର୍ଯ୍ୟକିରଣ ଶୋ’ ପ୍ରଦର୍ଶିତ ହେବାକୁ ଯାଉଛି। ଭୁବନେଶ୍ୱର ଏବଂ ପୁରୀରେ ସୂର୍ଯ୍ୟକିରଣ ଶୋ’ କରାଯିବ। ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ପ୍ରଦର୍ଶିତ ହେବ । ଏବଂ ୧୮ ତାରିଖରେ ପୁରୀରେ ରାଜଭବନ ଉପରେ ଶୋ’ କରାଯିବ। ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଶୋ’ ପୂର୍ବରୁ ପୁଲିସ କମିଶନର ଗତକାଲି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବହୁ ଭିଭିଆଇପି ଓ ଲୋକଙ୍କ ସମାଗମ ହେବାକୁ ଥିବାରୁ କୁଆଖାଇର ଦୁଇ ପାର୍ଶ୍ୱରେ ସୁରକ୍ଷା କଡ଼ାକଡ଼ି କରାଯିବ। ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ଦରକାର ପଡ଼ିଲେ ଟ୍ରାଫିକ ଆଡଭାଇଜାରୀ ଜାରି କରାଯିବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି । ପୂର୍ବରୁ ୨୦୧୬ରେ ମହାନଦୀ ପଠାରେ ସୂର୍ଯ୍ୟକିରଣ ଏରୋବାଟିକ୍ ଶୋ’ ହୋଇଥିଲା।