Breaking PLUSଓଡ଼ିଶାମୁଖ୍ୟ ଖବର
୧୦ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ
ଭୁବନେଶ୍ୱର- କନ୍ଧମାଳରେ ଜାରି ରହିଛି ଶୀତ ଲହରୀ। ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ରହିଥିବାବେଳେ ସକାଳୁ ସକାଳୁ ଘନ କୁହୁଡି ମଧ୍ୟ ପରିଲକ୍ଷିତ ହେଉଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ପରବର୍ତ୍ତୀ ସମୟରେ ଏହା ୨-୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପାହାଡ଼ିଆ ଅଞ୍ଚଳରେ ଏବେ ପ୍ରବଳ ଶୀତ ହେଉଥିବାବେଳେ ଉପକୂଳରେ ହାଲୁକା ଶୀତ ଅନୁଭୂତ ହେଉଛି । ୧୦ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିଲା।