Breaking PLUSଓଡ଼ିଶାମୁଖ୍ୟ ଖବର
ଆଜିଠୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ

ଭୁବନେଶ୍ୱର- ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା କମିପାରେ। ସେହିପରି ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ମଧ୍ୟରେ କିଛି ସ୍ଥାନରେ ରାତି ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଶନିବାର କୋରାପୁଟରେ ରାତି ତାପମାତ୍ରା ୧୬.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୧୮ ଏବଂ ଦାରିଙ୍ଗବାଡ଼ିରେ ୧୮.୫ଡିଗ୍ରୀ ରହିଛି। ସେହିପରି ପାରାଦ୍ବୀପରେ ସର୍ବନିମ୍ନ ତାପମାତ୍ରା ୨୭.୨ ଡିଗ୍ରୀ, ପୁରୀରେ ୨୭.୪, ବାଲେଶ୍ବରରେ ୨୫.୫, ଚାନ୍ଦବାଲି ୨୫.୮, ଭୁବନେଶ୍ବର ୨୫ ଏବଂ କଟକରେ ୨୩ଡିଗ୍ରୀ ରହିଛି।


