ଓମିକ୍ରନ୍ ଚିହ୍ନଟ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସି ୫ଜଣ କରୋନା ପଜିଟିଭ
ବେଙ୍ଗାଲୁରୁରେ ଓମିକ୍ରନ ଚିହ୍ନଟ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୫ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଓମିକ୍ରନ ସଂକ୍ରମିତ ଡାକ୍ତର ଜଣଙ୍କ ବନେରଘାଟ ରାଡ୍ରେ ଥିବା ଏକ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ଦୁଇ ଜଣ ପରିବାର ସଦସ୍ୟ ଓ ତାଙ୍କର ଜଣେ ସହଯୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଡ଼ାକ୍ତରଙ୍କ ପତ୍ନୀ ମଧ୍ୟ ଜଣେ ଡ଼ାକ୍ତର ।
ସେ ଓ ତାଙ୍କ ୧୩ବର୍ଷର ଝିଅ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬ବର୍ଷର ପୁଅର ରିପୋର୍ଟ ନେଗେଟିଭ ଆସିଛି । ଡ଼ାକ୍ତରଙ୍କ ସହଯୋଗୀ, ତାଙ୍କ ପତ୍ନୀ ଓ ଶ୍ୱଶୁର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଜଣଙ୍କ ନିକଟରୁ ୫ଜଣ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଥଣ୍ଡା ଓ ଶରୀର ପୀଡ଼ା ହେବାରୁ ନଭେମ୍ବର ୨୨ତାରିଖରେ ସେ କରୋନା ଟେଷ୍ଟ କରିଥିଲେ । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ହସ୍ପିଟାଲ ତରଫରୁ ତାଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଗୁରୁବାର ଦିନ ସେ ଓମିକ୍ରନ ସଂକ୍ରମିତ ଥିବା ଜଣାପଡ଼ିଥିଲା ।
ଡ଼ାକ୍ତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡ଼ାକ୍ତର ଜଣଙ୍କ କରୋନାର ଦୁଇଟି ଡ଼ୋଜ୍ ନେଇସାରିଛନ୍ତି ।