ଦେଶଦେଶ ବିଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର
ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି,ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟରେ ଦେବେ ଯୋଗଦାନ

ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି । ବ୍ରିଟେନ୍ର ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟରେ ଯୋଗଦାନ ଦେବାପାଇଁ ଲଣ୍ଡନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯୋଗଦାନ ଦେବା ସହ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ପ୍ରଦାନ କରିବେ ରାଷ୍ଟ୍ରପତି ।
ଆସନ୍ତାକାଲି ସକାଳେ ୱେଷ୍ଟ୍ମିନ୍ଷ୍ଟର୍ ଆବେରେ ୯୬ ବର୍ଷ ବୟସରେ ପରଲୋକ ଗମନ କରିଥିବା ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।
ତେବେ ଦ୍ରୌପଦୀ ମୁର୍ମୁ ସୋମବାର ରାଣୀଙ୍କ ଶେଷକୃତ୍ୟରେ ଯୋଗଦେଇ ରବିବାର ସନ୍ଧ୍ୟାବେଳେ ବକିଙ୍ଗ୍ହାମ୍ ପ୍ରାସାଦରେ ରାଜା ତୃତୀୟ ଚାର୍ଲସ୍ ବିଶ୍ବ ନେତାଙ୍କ ପାଇଁ ଆୟୋଜନ କରିଥିବା ଅଭ୍ୟର୍ଥନାକୁ ମଧ୍ୟ ତାଙ୍କୁ ଆମନ୍ତ୍ରଣ କରାଯାଇଛି।