
ବଲିଉଡ୍ରେ ଧିରେ ଧିରେ ସମସ୍ତଙ୍କର ବିବାହ ହେବାରେ ଲାଗିଛି । ଜଣେ ପରେ ଜଣଙ୍କର ଶାହାନାଇ ବାଜୁଛି । ବର୍ତ୍ତମାନ ଶୁଣିବାକୁ ମିଳୁଛି କି ସୁପରଷ୍ଟାର ରଣବୀର ଓ ଆଲିଆ ମଧ୍ୟ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ। ଅନେକ ଦିନ ହେବ ଆଲିଆ ଏବଂ ରଣବୀରଙ୍କ ବିବାହକୁ ନେଇ ବି-ଟାଉନରେ ଚର୍ଚ୍ଚା ଚାଲିଛି। ଏଭଳି ସ୍ଥିତିରେ ଦୁହେଁ ଡିସେମ୍ବର ୨୦୨୧ରେ ବିବହ କରିବେ ବୋଲି ଖବର ଆସିଥିଲା। ଆସନ୍ତା ଏପ୍ରିଲ ମାସରେ ପଡିବ ଚର୍ଚ୍ଚିତ ଯୋଡିଙ୍କର ହାତଗଣ୍ଠି।
ତେବେ ମିଡିଆ ରିପୋର୍ଟ ଅନୁ୍ଯାୟୀ ଏବେ ରଣବୀର ଏବଂ ଅଲିଆଙ୍କ ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଛି। କୁହାଯାଉଛି ଯେ ଏହି ଷ୍ଟାର ଦମ୍ପତ୍ତି ରାଜସ୍ଥାନର ରନ୍ଥାମ୍ଭୋରରେ ସାତ ଫେରା ନେବେ। ଏନେଇ ଉଭୟଙ୍କ ପରିବାର ମଧ୍ୟରେ ଜୋରସୋର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଉଭୟ ରଣବୀର ଏବଂ ଆଲିଆଙ୍କ ଏହା ସବୁଠାରୁ ପ୍ରିୟ ସ୍ଥାନ। ଏପର୍ଯ୍ୟନ୍ତ ବିବାହକୁ ନେଇ ରଣବୀର ଓ ଆଲିଆଙ୍କ ପକ୍ଷରୁ କୌଣସି ଅଫିସିଆଲି ଘୋଷଣା କରି ନାହାନ୍ତି। ଏନେଇ ଏକ ସାକ୍ଷାତକାରରେ ରଣବୀର ଆଲିଆଙ୍କୁ ନେଇ ଖୋଲି କରି କହିଥିଲେ କି ସେ ନିଜ ଗାର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କୁ ଖୁବ୍ ଶୀଘ୍ର ବିବାହ କରି ପାରନ୍ତି। ଯଦି କରୋନା ମହାମାରୀ ନଥାନ୍ତା ତେବେ ସେ ଦୁହିଁଙ୍କ ବିବାହ ବର୍ତ୍ତମାନ ସରି ଯାଆନ୍ତାଣି ବୋଲି ରଣବୀର କହିଥିଲେ।