
ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ନିକଟରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ର ଚତୁର୍ଥ ମ୍ୟାଚ୍ରୁ ଓହରି ଯାଇଥିଲେ। ଏହାକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ, କେଉଁ ବ୍ୟକ୍ତିଗତ କାରଣ ପାଇଁ ବୁମରା ସିରିଜ୍ରୁ ଓହରିଗଲେ। ତେବେ ବିସିସିଆଇ ଏବେ ବୁମରାଙ୍କ ଏହି ନିଷ୍ପତ୍ତି ପଛର କାରଣ ଜଣାଇଛି। ବୋର୍ଡର ଅଧିକାରୀ କହିଛନ୍ତି, ବୁମରା ଛୁଟି ଦିନରେ ବିବାହ କରିବାକୁ ପ୍ରସ୍ତୁତି କରି ସାରିଛନ୍ତି। ଆଶା କରାଯାଉଛି ଚଳିତ ସପ୍ତାହରେ ସେ ବିବାହ ବନ୍ଧନରେ ଆବଦ୍ଧ ହେବେ।
ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ଦ୍ରୁତ ବୋଲର ବୁମରା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହାର ପ୍ରସ୍ତୁତି ପାଇଁ ସେ ଟେଷ୍ଟ ସିରିଜ୍ରୁ ହଟି ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ ବିବାହ କରିବାକୁ ଯାଉଥିବା ବୋର୍ଡକୁ ମଧ୍ୟ ଜଣାଇଛନ୍ତି ଏବଂ ଏହି ବଡ ଆୟୋଜନର ପ୍ରସ୍ତୁତି ପାଇଁ କିଛି ସମୟ ଚାହୁଁଥିବା କହିଥିଲେ। ବୁମରା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳିବା ପରେ ଦ୍ଵିତୀୟ ମ୍ୟାଚ୍ରେ ବିଶ୍ରାମ ଦିଆଯାଇଥିଲା। ଦ୍ଵିତୀୟ ଟେଷ୍ଟରେ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଥିଲା।