ଓଡ଼ିଶା

ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ

ହିତାଧିକାରୀଙ୍କୁ ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

ଅନୁଗୋଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଦିନ ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ହେଲିକାପ୍ଟର ଯୋଗେ ଅନୁଗୋଳ ଷ୍ଟାଡିୟମରେ ପହଞ୍ଚି BSKY କାର୍ଡ଼ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ଷ୍ଟେଜ ଉପରେ ୫ଟି ବ୍ଲକର ୫ ଜଣଙ୍କୁ କାର୍ଡ ବଣ୍ଟନ କରିବା ସହ ଜିଲ୍ଲାରେ ମୋଟ ୨ ଲକ୍ଷ ୭୭ ହଜାର ହିତାଧିକାରୀଙ୍କୁ BSKY କାର୍ଡ଼ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହାସହିତ ଅନୁଗୋଳ ଜିଲ୍ଲା ପାଇଁ ୧୧୭୬ କୋଟି ଟଙ୍କା ବିନିମୟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ହେବାର ରହିଛି । ମେଗା ପ୍ରୋଜେକ୍ଟ ମଧ୍ୟରେ ଅନୁଗୋଳ ଜିଲ୍ଲାରେ ପାଇପ୍ ଯୋଗେ ପିଇବା ପାଣି ଯୋଜନା ସାଙ୍ଗକୁ ହେଲ୍ଥ କରିଡ଼ର ଏବଂ ସହରି ସୌନ୍ଦର୍ଯ୍ୟକରଣ ଯୋଜନା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସୁରକ୍ଷା ପାଇଁ ଅନୁଗୋଳର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାର ସୂଚନା ମିଳିଛି ।

Show More

Related Articles

Back to top button