
ଶନିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚଷା ନିମଖଣ୍ଡିରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଖବର ଅନୁଯାୟୀ ବିଳମ୍ବିତ ରାତିରେ ପାଳଝାଡି ଗାଁର ସୁଦର୍ଶନ ସୁଆର ଏବଂ ସୁଧୀର ପାତ୍ର ଗୋଟିଏ ବାଇକ ଯୋଗେ ଭୀଷ୍ମଗିରି ଗାଁରୁ ନିଜ ଗାଁକୁ ଫେରୁଥିଲେ ।
ରାସ୍ତାରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତୁରନ୍ତ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର ବେଳେ ପ୍ରାଣ ହରାଇଥିଲେ । ତେବେ ତଦନ୍ତ ପରେ ସମସ୍ତ ଘଟଣା ଜଣା ପଡିବ ବୋଲି ପୋଲିସ କହିଛି ।