ରବିବାର ନବୀନଙ୍କ ନୂଆ ଟିମର ଶପଥ ଗ୍ରହଣ
ସମ୍ଭାବ୍ୟ ନୂଆ ମନ୍ତ୍ରୀଙ୍କ ତାଲିକାରେ ଏହି ସବୁ ନେତା

ବାଚସ୍ପତିଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀମାନଙ୍କ ଇସ୍ତଫା ପରେ ନବୀନଙ୍କ ନୂଆ ଟିମରେ କେଉଁମାନଙ୍କୁ ସ୍ଥାନ ମିଳିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ନୂଆ ମନ୍ତ୍ରିମଣ୍ତଳରେ କିଛି ପୁରୁଣା ଚେହେରା ସହ ଅଧିକ ନୂଆ ଚେହେରେ ଦେଖିବାକୁ ମିଳିପାରେ। ତେବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଥିବା ବିଧାୟକଙ୍କୁ ଫୋନ ଯିବା ଆରମ୍ଭ ହୋଇସାରିଛି ।
କେଉଁମାନେ ହୋଇପାରନ୍ତି ମନ୍ତ୍ରୀ?
ସମ୍ଭାବ୍ୟ ନୂଆ ମନ୍ତ୍ରୀଙ୍କ ନାଁରେ ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ୍, କେନ୍ଦୁଝର ଜିଲ୍ଲାରୁ ବଦ୍ରିନାରାୟଣ ପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲାରୁ ଅତନୁ ସବ୍ୟସାଚୀ ନାୟକ, ମୟୂରଭଞ୍ଜ ଜିଲ୍ଲାରୁ ବାସନ୍ତୀ ହେମ୍ବ୍ରମ, ବାଲେଶ୍ୱର ଜିଲ୍ଲାରୁ ବିଧାୟକ ଅଶ୍ୱିନୀ ପାତ୍ର,ଗଞ୍ଜାମ ଜିଲ୍ଲାରୁ ବିଧାୟିକା ଲତିକା ପ୍ରଧାନ ନାଁ ସୁବୁଠୁ ଆଗରେ ରହିଛି।
ସେହିପରି ଭଦ୍ରକ ଜିଲ୍ଲାରୁ ବ୍ୟୋମକେଶ ରାୟ, କେନ୍ଦ୍ରାପଡା ଜିଲ୍ଲାରୁ ପ୍ରତାପ ଦେବଙ୍କୁ ମନ୍ତ୍ରୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ସେହିପରି ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ, ଚମ୍ପୁଆ ବିଧାୟକ ମୀନାକ୍ଷୀ ମହାନ୍ତ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ନାଁ ମଧ୍ୟ ସମ୍ଭବ୍ୟ ତାଲିକାରେ ଥିବା ଜଣାପଡିଛି। ଅନ୍ୟପଟେ ପୁରୁଣା ଚେହେରା ଭାବେ ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ, ଟୁକୁନି ସାହୁ ପୁଣି ରିପିଟ୍ ହୋଇପାରନ୍ତି। ଏହାସହ ଏମାନଙ୍କୁ ଭଲ ବିଭାଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।