ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ରାଧାଷ୍ଟମୀ ଅବସରରେ ରାଧାଙ୍କ ମୂର୍ତ୍ତି ଚୋରି କରିନେଲେ ଦୁର୍ବୁତ୍ତ

ରାଧାଷ୍ଟମୀ ଅବସରରେ ରାଧାଙ୍କ ମୂର୍ତ୍ତି ଚୋରି କରିନେଲେ ଦୁର୍ବୁତ୍ତ । ଏହି ଘଟଣା ପୁରୀ ସଦର ଥାନା ଅନ୍ତର୍ଗତ ଚକ୍ରବର୍ତ୍ତୀ ଗ୍ରାମର ରାଧାକୃଷ୍ଣ ମନ୍ଦିରରେ ଘଟିଛି । ଏନେଇ ଥାନାରେ ଅଭିଯୋଗ ହୋଇଥିଲାବେଳେ ପୋଲିସ ଏହାର ତଦନ୍ଦ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ , ବିଳମ୍ବିତ ରାତିରେ ପୁରୀ ସଦର ଥାନା ଅନ୍ତର୍ଗତ ଚକ୍ରବର୍ତ୍ତୀ ଗ୍ରାମର ରାଧାକୃଷ୍ଣ ମନ୍ଦିରରୁ ମୂର୍ତ୍ତି ସହ ଅନେକ ସୁନାଗହଣା ଚୋରି ହୋଇଛି । ଗାଁଲୋକେ ଘଟଣାଟି ଜାଣିବା ପରେ ତୁରନ୍ତ ସଦର ଥାନାକୁ ଜଣାଇଥିଲେ । ଏହାପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ଯଦି ଆବଶ୍ୟକ ପଡେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାର୍ଡ ସୁଯୋଗ ନିଆଯିବ ।

 

 

 

Show More

Related Articles

Back to top button