Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଦ୍ୱିତୀୟ ଦିନରେ ବିଶାଲ ଦାସଙ୍କ ଠିକଣାରେ ଆୟକର ବିଭାଗର ରେଡ୍

ଝାରସୁଗୁଡା- ବିଶିଷ୍ଟ ବ୍ୟବସାୟୀ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ପୁତ୍ର ବିଶାଲ ଦାସଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢାଉ କରିଛି। ଆୟକର ବିଭାଗର ଏକ ଦଳ ଶୁକ୍ରବାର ବିଶାଲ ଦାସଙ୍କୁ ଦୀର୍ଘ ସମୟ ପଚରାଉଚରା କରିବା ପରେ ରାତି ପ୍ରାୟ ସାଢେ ୮ଟାରେ ଛାଡି ଦେଇଥିଲା। ବିଶାଲଙ୍କ ବ୍ୟକ୍ତିଗତ ସହଯୋଗୀଙ୍କୁ ଆୟକର ବିଭାଗ ଅଟକ ରଖିଥିବା ସୂଚନା ମିଳିଛି। ଆଜି ଦ୍ୱିତୀୟ ଦିନରେ ମଧ୍ୟ ବିଶାଲଙ୍କ ବିଭିନ୍ନ ଠିକଣାରେ ଚଢାଉ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନ ୨ଟାରେ ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାର ୧୫ଜଣ ଆୟକର ଅଧିକାରୀ ବିଶାଲଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲେ। ଏକ ହୋଟେଲରେ ଥିବା ଅସ୍ଥାୟୀ କାର୍ଯ୍ୟାଳୟରୁ ୧୫ରୁ ୨୦କୋଟି ଟଙ୍କା ଜବତ ହୋଇଥିଲା। ଏହି ନଗଦ ଟଙ୍କା ଜବତ ପରେ ଏସମ୍ପର୍କରେ ବିଶାଲଙ୍କୁ ଆୟକର ବିଭାଗ ପଚାରିଥିଲା। ତେବେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିବାରୁ ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା।

Show More

Related Articles

Back to top button