
ୟୁକ୍ରେନ ଉପରେ ଋଷର ଆକ୍ରମଣ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି । ଯୁଦ୍ଧ ଏବଂ ଉପଲବ୍ଧତା ଅଭାବରୁ ଅଶୋଧିତ ତୈଳର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ୟୁକ୍ରେନ ସହ ଜାରି ଯୁଦ୍ଧ ଭିତରେ ଋଷର ମୁଦ୍ରା ରୁବଲରେ ବଡ ହ୍ରାସ ଘଟିଛି। ପାଶ୍ଚ୍ୟାତ ଦେଶ ଗୁଡିକ ଦ୍ୱାରା ଋଷ ବ୍ୟାଙ୍କକୁ ଅନ୍ତରାଷ୍ଟ୍ରୀୟ ସ୍ୱିଫ୍ଟ ପେମେଣ୍ଟ ସିଷ୍ଟମରୁ ବାହାର କରିବା ପରେ ସୋମବାର ଆମେରିକୀୟ ଡଲାର ତୁଳନାରେ ରୁବେଲରେ ବଡ଼ ହ୍ରାସ ହୋଇଛି। ରୁବଲର ପ୍ରାୟ ୩୦ ପ୍ରତିଶତ ତଳକୁ ଖସିଛି । ଏକ ଡଲାର ତୁଳନାରେ ଏହା ୧୧୯.୫ ରୁବଲରେ ପହଞ୍ଚିଛି ।
ଅନ୍ୟପଟେ ନିଜ ମୁଦ୍ରା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଋଷର ସେଣ୍ଟ୍ରାଲ ବ୍ୟାଙ୍କ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଋଷର କେନ୍ଦ୍ରୀୟ ବ୍ୟାଙ୍କର ନିଜର ପ୍ରମୁଖ ସୁଧ ହାରକୁ ୯.୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିଛି । ପାଶ୍ଚାତ୍ୟ ଦେଶ ଗୁଡିକ ଋଷର ବିନିମୟ ଯୋଗ୍ୟ ମୁଦ୍ରା ଭଣ୍ଡାର ଉପରେ ରୋକ ଲଗାଇଛି, ଯେଉଁଥିପାଇଁ ରୁବଲରେ ବଡ଼ ଧରଣର ହ୍ରାସ ଘଟୁଛି ଏବଂ ଏହାକୁ ରୋକିବା ପାଇଁ ଋଷର କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି।