Breaking PLUSଓଡ଼ିଶାମୁଖ୍ୟ ଖବର
ଚାକିରି ନାଁରେ ଠକେଇ, ଜଣେ ଗିରଫ
ଭୁବନେଶ୍ୱର- ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ମାଲକାନଗିରି ଜିଲାର ଜଣେ ବିଜେଡି ନେତ୍ରୀ। ବିଜେଡିର ଜଣେ ଜିଲା ପରିଷଦ ସଦସ୍ୟାଙ୍କ ସମେତ ୩ ଜଣଙ୍କ ନାମରେ ଏ ନେଇ ଥାନାରେ ଏତଲା ଦିଆଯାଇଛି। ପୁଲିସ ଏତଲାକୁ ଆଧାର କରି ଭୁବନେଶ୍ଵରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ବିଷୟରେ ଅଧିକ ତଥ୍ୟ ମିଳିପାରି ନାହିଁ। ଜିଲା ପରିଷଦ ସଦସ୍ୟା ଜଣକ ଚାକିରି କରାଇଦେବା ନାଁରେ କିଛି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ।