Breaking PLUSଓଡ଼ିଶାମୁଖ୍ୟ ଖବର

ହୋମଗାର୍ଡ ଶାରିରୀକ ପରୀକ୍ଷା ବେଳେ ଜଣେ ମୃତ, ସହାୟତା ଘୋଷଣା

ଦେବଗଡ: ଦେବଗଡ ରିଜର୍ଭ ପୁଲିସ ପଡିଆରେ ହୋମଗାର୍ଡ ଶାରୀରିକ ପରୀକ୍ଷା ଚାଲିଥିବାବେଳେ ଅଭାବନୀୟ ଘଟଣା ଘଟିଛି। ମୃତକ ବୁଡିଦୋ ଗାଁର ସାହେବ ଦେହୁରୀ ବୋଲି ଜଣାପଡିଛି। ଗତକାଲି ହୋମଗାର୍ଡ ପରୀକ୍ଷା ଚାଲିଥିବାବେଳେ ସାହେବ ପ୍ରଥମେ ଦୌଡ ପରୀକ୍ଷା ଦେଇ ସେଥିରେ ଉତ୍ତିର୍ଣ୍ଣ ହୋଇଥିଲେ। ମାତ୍ର ଏହାପରେ ସେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ସାହେବଙ୍କର ମୃତ୍ୟୁ ଘଟିଥିଲା। ସେପଟେ ପରୀକ୍ଷାର୍ଥୀଙ୍କ ପ୍ରାଣହାନୀ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ସାହେବଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

Show More

Related Articles

Back to top button