Breaking PLUSଓଡ଼ିଶାମୁଖ୍ୟ ଖବର

କେନ୍ଦୁ ଘାଟିରେ ପୁଣି ଦୁର୍ଘଟଣା, ଜଣେ ମୃତ

ମୋହନା: କେନ୍ଦୁ ଘାଟିରେ ପୁଣି ଦୁର୍ଘଟଣା । ଦୁର୍ଘଟଣାରେ ଓଲଟିଲା ମିନି ଭ୍ୟାନ୍‌ । ମିନି ଭ୍ୟାନ୍‌ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।  ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।ଭୁବନେଶ୍ବରରୁ ଗୁପ୍ତେଶ୍ବର ଯିବାବେଳେ ଭାରସାମ୍ୟ ହରାଇ ଓଲଟିଲା ।

ସୂଚନା ଅନୁସାରେ ଶନିବାର ରାତିରେ ଗୋଟିଏ ପରିବାର ଏକ ଭ୍ୟାନ୍ ଯୋଗେ ଭୁବନେଶ୍ଵରରୁ ଗୁପ୍ତେଶ୍ଵର ଆସୁଥିଲେ। ଆଜି ଭୋର୍ ସମୟରେ ମୋହନା ଥାନା ରାମଗଡ ନିକଟସ୍ଥ କେନ୍ଦୁଘାଟି ଅତିକ୍ରମ କରୁଥିଲେ। ଏତିକି ବେଳେ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଥିଲା। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ଦୁର୍ଘଟଣା ପରେ ଭ୍ୟାନ୍ ଡ୍ରାଇଭର ଜଣକ ଫେରାର ହୋଇଯାଇଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Back to top button