Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ
ଏକ ଅଟୋକୁ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଧକ୍କା ଦେବାରୁ ୧ ମୃତ ୫ ଆହାତ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ବାଇପାସ୍ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିନାହିଁ। ଆଜି ସକାଳେ ଅଟୋଟି ଯାତ୍ରୀଙ୍କୁ ନେଇ ବୌଦ୍ଧରୁ ବଘିଆପଡ଼ା ଆସୁଥିବା ସମୟରେ ବାଇପାସ ନିକଟରେ ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଅଟୋକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଛି।