
ବିଦ୍ୟୁତ ବିଭାଗର ଦାୟିତ୍ୱ ହୀନତା ଯୋଗୁଁ ଚାଲିଗଲା ଜଣଙ୍କର ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ନାଲଗାଁରେ । ରାସ୍ତା ରେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କାଉପୁର ପଞ୍ଚାୟତ ସିରାପୁର ଗାଁ ର ସୁବାସ ସାହୁ।
ସୂଚନା ଅନୁଯାୟୀ , ସନ୍ଧ୍ୟାସମୟରେ ସୁବାସ ଘରକୁ ଫେରୁଥିବା ବେଳେ ଜମିରେ ପଡ଼ିଥିବା ବିଦ୍ୟୁତ ତାର ଉପରେ ଭୁଲବଶଃତ ଚଢିଯାଇଥିଲେ । ଫଳରେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସକାଳୁ ସ୍ଥାନୀୟ ଲୋକେ ଦେଖି ସୁବାସଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାର ସୁବାସ ଙ୍କ ଦେହରେ ଗୁଡ଼ାଇ ହୋଇଥିବା ବେଳେ ଦେହ ପୋଡି ଯାଇଥିବା ଦେଖିବା ପାଇଁ ମିଳିଛି। ବିଦ୍ୟୁତ ବିଭାଗର ଅବହେଳା ପାଇଁ ସୁବାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ।


