Breaking PLUSଓଡ଼ିଶାମୁଖ୍ୟ ଖବର
ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ଭୁବନେଶ୍ୱର- ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ପଠାଯାଇଛି। ପରୀକ୍ଷାମୂଳକ ଭାବେ ଏହି ଟଙ୍କା ପଠାଯାଇଥିବା ‘ସୁଭଦ୍ରା’ ସଚେତନତା ଶୋଭାଯାତ୍ରାରେ ଯୋଗଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ‘ସୁଭଦ୍ରା’ ଯୋଜନା ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ସଚେତନତା ଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକବର୍ଦ୍ଧନ ସିଂହଦେଓ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବହୁ ନେତା, କର୍ମୀ ଏବଂ ଜନସାଧାରଣ ସାମିଲ ହୋଇଥିଲେ।