
ସେହିପରି ବିବାହ ଉତ୍ସବ ଓ ଶେଷ କୃତ୍ୟ କାର୍ଯ୍ୟରେ ୧୦୦ ଜଣ ପର୍ଯ୍ୟନ୍ତ ଲୋକ ସାମିଲ ହେବାକୁ ଅନୁମତି ଦେଇଛନ୍ତି। ସେହିପରି ମେଟ୍ରୋ ଯାତ୍ରାରେ ମଧ୍ୟ କୋହଳ ହୋଇଛି।୧୦୦ ପ୍ରତିଶତ କ୍ଷମତା ସହିତ ମେଟ୍ରୋ ଚାଲିବ ହେଲେ କୌଣସି ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। ସେହିପରି ଦିଲ୍ଲୀ ସରକାର ସର୍ତ୍ତ ମୂଳକ ଭାବେ ସ୍ପା ଖୋଲିବା ଅନୁମତି ଦେଇଛନ୍ତି। ତେବେ ସ୍ପାରେ କାମ କରୁଥିବା କର୍ମଚାରୀମାନେ ଦୁଇଟି ଡୋଜ ଟିକା ନେଇଥିବା ଜରୁରୀ ବୋଲି କୁହାଯାଇଛି।
ଆନ୍ତରାଜ୍ୟ ବସ୍ ଚଳାଚଳ ୧୦୦ ପ୍ରତିଶତ କ୍ଷମତା ସହିତ ହେବ। ଏଥିସହିତ ଦିଲ୍ଲୀରେ ପୂର୍ବ ପରି ସ୍କୁଲ, କଲେଜ, ଇନଷ୍ଟିଚ୍ୟୁଟ, ସାମାଜିକ, ରାଜନୈତିକ, ସ୍ପୋର୍ଟ୍ସ, ସାଂସ୍କୃତିକ, ଧାର୍ମିକ, ପର୍ବପର୍ବାଣୀ ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି।