ଓଡ଼ିଶା
ସୁନ୍ଦରଗଡ଼ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ

ଭୁବନେଶ୍ୱର- ସୁନ୍ଦରଗଡ଼ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି । ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର ସଂପତ୍ତି । ବାଲେଶ୍ବରରେ ଗୋଟିଏ ବଡ଼ ଅଟ୍ଟାଳିକା, ମାର୍କେଟ କମ୍ପ୍ଲେକ୍ସ ଓ ଜିମ୍ ଠାବ ହୋଇଛି । କଲ୍ୟାଣ ମଣ୍ଡପ ସହ ବାଲେଶ୍ବର ସହର ଆଖପାଖରେ ଅଛି ୪ ଦାମୀ ପ୍ଲଟ୍ । ୧୭୫ ଗ୍ରାମ୍ ସୁନା ଜବତ ଓ ୪୩ ଲକ୍ଷ ୮୧ ହଜାର ଟଙ୍କାର ଜମା ରାଶି ଠାବ କରାଯାଇଛି । ୧୯୯୫ରେ ଜୁନିୟର ଆକାଉଣ୍ଟାଣ୍ଟ ଭାବେ ଚାକିରିରେ ଯୋଗ ଦେଇଥିଲେ ରବୀନ୍ଦ୍ର । ଭଦ୍ରକ ସିଭିଲ୍ ସପ୍ଲାଏଜ ଅଫିସରେ ମାସିକ ବେତନ ପାଉଥିଲେ ୫୪୦୦ ଟଙ୍କା ।



