
ଓଲଟିଲା ଅଟୋ । ଏଭଳି ମର୍ମନ୍ତୁଦ ଦୂର୍ଘଟଣା ଘଟିଛି କନ୍ଧମାଳ ସୀମାନ୍ତ ରାଣୀପଥର ପନିଶାଲ ନିକଟରେ । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୋକପଡ଼ା ଗ୍ରାମର କୁମାରୀ କହଁର ଓ ଗୁର ମାଝି ।
ସୂଚନା ଅନୁଯାୟୀ , ଏକ ଅଟୋ କନ୍ଧମାଳ ସୀମାନ୍ତ ରାଣୀପଥର ପନିଶାଲ ନିକଟରେ ୧୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଚାରିଛକ ଦମକଳ ବାହିନୀ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।