Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ନବୀନ ନିବାସରେ ବ୍ରହ୍ମପୁର ଓ ଆସିକା ସଂସଦୀୟ କ୍ଷେତ୍ରର ସମୀକ୍ଷା

ଭୁବନେଶ୍ୱର: ଗୁରୁବାର ନବୀନ ନିବାସରେ ବ୍ରହ୍ମପୁର ଓ ଆସିକା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏନେଇ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇ କହିଛନ୍ତି ଯେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ଆସନ ନେଇ ଆଲୋଚନା ହୋଇଛି। ସବୁ ନିର୍ବାଚନମଣ୍ଡଳୀରେ କିଭଳି ବିଜୟ ହେବ ସେନେଇ ଆଲୋଚନା କରାଯାଇଛି। ସବୁ ଆସନରେ ଜିତିବା ପାଇଁ ମିଳିମିଶି କାମ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଆସିକା ଲୋକସଭା କ୍ଷେତ୍ର ସମୀକ୍ଷା ଶେଷ ହେବା ପରେ ବିଧାୟିକା ଲତିକା ପ୍ରଧାନ କହିଛନ୍ତି ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି। ଲୋକସଭା ଓ ସମସ୍ତ ବିଧାନସଭାରେ କିଭଳି ଭାବେ ସଂଗଠନ ସୁଦୃଡ ହେବ ବୋଲି ଆଲୋଚନା ହୋଇଥିବା କହିଛନ୍ତି।