Breaking PLUSଓଡ଼ିଶାମୁଖ୍ୟ ଖବର

ଏବେ ସୁଦ୍ଧା ୬୫ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ, ଧାନ କିଣା ପାଇଁ ଶେଷ ତାରିଖ ମାର୍ଚ୍ଚ ୩୧

ଭୁବନେଶ୍ୱର : ଧାନ କିଣାକୁ ନେଇ ମଙ୍ଗଳବାର  ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମାର୍ଚ୍ଚ ୩୧ ସୁଦ୍ଧା ଧାନ କିଣା ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଧାର୍ଯ୍ୟ ତାରିଖ ମଧ୍ୟରେ ଧାନ କିଣିବା ନେଇ ଆଜି ଯୋଗାଣ ମନ୍ତ୍ରୀ ଦେଇଛନ୍ତି।

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନକିଣା ପାଇଁ  ଶେଷ ତାରିଖ ଧାର୍ଯ୍ୟ କରାଯାଇଛ। ଧାନ କିଣା ପାଇଁ ଶେଷ ତାରିଖ ଭାବେ ମାର୍ଚ୍ଚ ୩୧ ରଖାଯାଇଛି। ଏବେ ସୁଦ୍ଧା ୬୫ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ଟାର୍ଗେଟର ୯୦% ଧାନ ସଂଗ୍ରହ ହୋଇସାରିଲାଣି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।

Show More

Related Articles

Back to top button